ଉଇକିଅଭିଧାନ
orwiktionary
https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.39.0-wmf.23
case-sensitive
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିଅଭିଧାନ
ଉଇକିଅଭିଧାନ ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ସୂଚୀ
ସୂଚୀ ଆଲୋଚନା
ଆଧାର
ଆଧାର ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ଗ୍ୟାଜେଟ
ଗ୍ୟାଜେଟ ଆଲୋଚନା
ଗ୍ୟାଜେଟ ସଂଜ୍ଞା
ଗ୍ୟାଜେଟ ସଂଜ୍ଞା ଆଲୋଚନା
ସହଯୋଗ:ଉଚ୍ଚାରଣ ରେକର୍ଡ଼ିଂ
12
112237
194128
193436
2022-08-12T16:37:05Z
2A02:8440:3241:4835:B64A:FEAF:38C1:7779
/* କମ୍ପ୍ୟୁଟରରୁ ରେକର୍ଡ଼ କରୁଥିଲେ */
wikitext
text/x-wiki
ଏହି ଶିକ୍ଷଣ ପୃଷ୍ଠାରେ '''ଲିଙ୍ଗୁଆ ଲିବ୍ରେ''' (Lingua Libre) ଟୁଲ ବ୍ୟବହାର କରି ଓଡ଼ିଆ ଶବ୍ଦର ଉଚ୍ଚାରଣ କରିବା ପଦ୍ଧତି ବତାଯାଇଛି । ତଳେ ଏକ ଭିଡ଼ିଓରୁ ଏହା ଶିଖିପାରିବେ । ଭିଡ଼ିଓ ତଳକୁ ସ୍କ୍ରିନସଟ ଓ ଲେଖା ମାଧ୍ୟମରେ ମଧ୍ୟ ଏହା ବର୍ଣ୍ଣିତ ।
[[File:Tutorial on Facebook Live - how to batch-record a long list of Odia words using Lingua Libre.webm|550px|center|alt=ଏକାଥରେ ଅନେକ ଶବ୍ଦର ଉଚ୍ଚାରଣ ରେକର୍ଡ଼ କରିବେ କେମିତି ]]
== କମ୍ପ୍ୟୁଟରରୁ ରେକର୍ଡ଼ କରୁଥିଲେ ==
ଉଇକିଅଭିଧାନରେ ଥିବା ଶବ୍ଦସବୁକୁ ରେକର୍ଡ଼ିଂ କରିବା ପାଇଁ ବିଭିନ୍ନ ବାଟ ରହିଛି । ତା' ମଧ୍ୟରୁ '''ଲିଙ୍ଗୁଆ ଲିବ୍ରେ''' (Lingua Libre) ଅନ୍ୟତମ । ଏହା ବ୍ୟବହାର କରି ଏକ ତାଲିକା ଭିତରେ ଥିବା ଶବ୍ଦସବୁ ସହଜରେ ରେକର୍ଡ଼ିଂ କରିହେବ ।
=== ଲଗ ଇନ ବା ନୂଆ ଖାତା ତିଆରି ===
ଧରନ୍ତୁ ଆପଣ [[:ଶ୍ରେଣୀ:କଳାହାଣ୍ଡିଆ ଶବ୍ଦ]] ଶ୍ରେଣୀ ଭିତରେ ଥିବା ଶବ୍ଦଗୁଡ଼ିକର ଉଚ୍ଚାରଣ ରେକର୍ଡ଼ କରିବା ପାଇଁ ଚାହାନ୍ତି । ଏଥି ପାଇଁ ଆପଣଙ୍କୁ ଉଇକିଅଭିଧାନରେ ପ୍ରଥମେ ଲଗ ଇନ କରିବାକୁ ପଡ଼ିବ । ଆଗରୁ ଏହି ପ୍ରକଳ୍ପ (ଉଇକିଅଭିଧାନ) ବା ଉଇକିପିଡ଼ିଆରେ ଖାତା (ଆକାଉଣ୍ଟ) ଥିଲେ ସିଧା ଲଗ ଇନ କରିପାରିବେ । ନଥିଲେ '''[https://or.wiktionary.org/w/index.php?title=%E0%AC%AC%E0%AC%BF%E0%AC%B6%E0%AD%87%E0%AC%B7:%E0%AC%96%E0%AC%BE%E0%AC%A4%E0%AC%BE%E0%AC%96%E0%AD%8B%E0%AC%B2%E0%AC%BF%E0%AC%AC%E0%AD%87&returnto=%E0%AC%B8%E0%AC%B9%E0%AC%AF%E0%AD%8B%E0%AC%97:%E0%AC%89%E0%AC%9A%E0%AD%8D%E0%AC%9A%E0%AC%BE%E0%AC%B0%E0%AC%A3%20%E0%AC%B0%E0%AD%87%E0%AC%95%E0%AC%B0%E0%AD%8D%E0%AC%A1%E0%AC%BC%E0%AC%BF%E0%AC%82 ଏହି ଲିଙ୍କ]ରୁ ନୂଆ ଆକାଉଣ୍ଟ ତିଆରି କରିବେ ।
=== ରେକର୍ଡ଼ିଂ ପାଇଁ ଅନୁମତି ===
ଆକାଉଣ୍ଟ ତିଆରି ସରିଲେ https://lingualibre.fr ପୃଷ୍ଠା ଖୋଲିବେ । ସେଠାରେ ଡାହାଣ ପଟେ ଉପରେ ଏକ ମଣିଷ ଆଇକନ ଉପରେ ଆପଣଙ୍କ କମ୍ପ୍ୟୁଟର ମାଉସ/ଟ୍ରାକପ୍ୟାଡ୍ କର୍ସର ବୁଲାଇଲେ "Log in on Wikimedia Commons" ଦିଶିବ ।
[[File:1. Lingua Libre tut Odia - log in.png|center|400px|link=|alt=ଲଗ ଇନ କରିବା ବାଟ]]
ତା' ଉପରେ କ୍ଲିକ କଲେ https://commons.wikimedia.org ସାଇଟ ଆପେଆପେ ଖୋଲିବ ଆଉ ଆପଣଙ୍କୁ ତଳେ ଦିଶିବା ଭଳି ଅନୁମତି ମାଗିବ । "Allow" ଉପରେ କ୍ଲିକ କରିବେ । ଫଳରେ ଲିଙ୍ଗୁଆ ଲିବ୍ରେ ଆପଣଙ୍କ ଉଇକିଅଭିଧାନ ଆକାଉଣ୍ଟ ବ୍ୟବହାର କରିପାରିବ ଓ ଆପଣଙ୍କୁ ଆଉ ଏକ ନୂଆ ଆକାଉଣ୍ଟ ତିଆରି କରିବାକୁ ପଡ଼ିବ ନାହିଁ ।
[[File:2 Lingua Libre tut Odia - Allow Commons log in.png|center|400px|link=|alt="Allow" ଉପରେ କ୍ଲିକ କରିବେ]]
[[File:3 Lingua Libre tut Odia - Record button.png|center|200px|alt=ଏବେ "Record" ଉପରେ କ୍ଲିକ କରିବେ]]
[[File:4 Lingua Libre tut Odia - test mic.png|center|500px|alt=ଡାହାଣ ପଟେ ଥିବା "Start the test" ଉପରେ କ୍ଲିକ କରିବେ]]
ଏବେ ଡାହାଣ ପଟେ ଉପରେ "Record" ଉପରେ କ୍ଲିକ କରିବେ । ନୂଆ ପୃଷ୍ଠାଟେ ଖୋଲିବ । ବାମ ପଟେ କିଛି ସୂଚନା ଥିବ । ପଢ଼ିସାରି ଡାହାଣ ପଟେ ଥିବା "Start the test" ଉପରେ କ୍ଲିକ କରିବେ । ସେଠି "1. Say something" ଦେଖିଲେ ପରଖିବା ପାଇଁ କିଛି କହିବେ । "2. Listen" ଦିଶିବ ଓ ଆପଣ ଯାହା କହିଥିବେ ତାହା ଶୁଣିପାରିବେ ।
ଆପଣ ପରଖ ପାଇଁ ଯାହା କହିଥିବେ ତାହା ଠିକ ଶୁଭୁଥିଲେ "Next" ଉପରେ କ୍ଲିକ କରିବେ । ପର ପୃଷ୍ଠାରେ ଆପଣଙ୍କୁ ଏକ ଫର୍ମ ଦିଶିବ (ତଳେ ଦେଖନ୍ତୁ) । ଫର୍ମରେ "Spoken languages" ଘରେ ଓଡ଼ିଆ (Odia) ସହ ନିଜ ଆଞ୍ଚଳିକ ଭାଷା ବାଛିପାରିବେ । ତା' ତଳକୁ "Place of Residence" ଘରେ ଆପଣ ବାଛିଥିବା ଆଞ୍ଚଳିକ ଭାଷା ଆପଣ ଯେଉଁ ସ୍ଥାନରେ ରହିବା ସମୟରେ ଶିଖିଛନ୍ତି ତାହା ଲେଖିପାରିବେ । ଆପଣଙ୍କ ଗାଁ ବା ସହର ନ ଦେଖେଇଲେ ଜିଲ୍ଲା ବାଛିପାରିବେ । ତା' ତଳକୁ "License" (ଲାଇସେନ୍ସ) ଘରେ ବିଭିନ୍ନ ଲାଇସେନ୍ସ ଭିତରୁ ଏକ ବାଛିପାରିବେ । ଏହିସବୁ ଲାଇସେନ୍ସର ବାବଦରେ ଅଧିକ ଜାଣିବାକୁ ଚାହିଁଲେ https://creativecommons.org/licenses/ ପୃଷ୍ଠାରୁ ଦେଖିପାରିବେ । ଏବେ "Next" ଉପରେ କ୍ଲିକ କରି ଆଗକୁ ଯିବେ ।
[[File:5 Lingua Libre tut Odia - Speaker profile form.png|center|450px|link=|alt=ଫର୍ମରେ ସୂଚନା ଭରିବେ]]
ଏବେ ଶବ୍ଦ ତାଲିକା ଭରିବା ବେଳ । ଆପଣଙ୍କ ପାଖେ ଖୁବ କମ ଶବ୍ଦ ଥିଲେ ଗୋଟେ ଗୋଟେ କରି "Type here the word to record" ଘରେ ଟାଇପ କରି, କିବୋର୍ଡ଼ର "Enter" ଦବାଇ ତାଲିକା ତିଆରି କରିପାରିବେ । ଅଧିକ ଶବ୍ଦ ଥିଲେ ଡାହାଣ ପଟେ ଅଲଗା ବାଟ ଅଛି ।
ଆମେ ଏ ଉଦାହରଣରେ ଉଇକିଅଭିଧାନରେ ଆଗରୁ ଥିବା ଶବ୍ଦର ଉଚ୍ଚାରଣ ରେକର୍ଡ଼ କରିବୁ । ଏଥି ପାଇଁ "Wikimedia Category" ଉପରେ କ୍ଲିକ କରିବେ । ଛୋଟ ଘରଟିଏ ଖୋଲିବ ।
[[File:6 Lingua Libre tut Odia - Wikimedia category.png|center|450px|link=|alt=ଶବ୍ଦ ତାଲିକା ବଛା]]
ସେଠାରେ "Source" ଜାଗାରେ ଓଡ଼ିଆର କୋଡ୍ "or" ଆଗରୁ ନ ଥିଲେ ଖୋଜି ବାଛିବେ । ତା' ତଳକୁ "Wikipedia" ଉପରେ କ୍ଲିକ କରି "Wiktionary" ବାଛିବେ ।
[[File:7 Lingua Libre tut Odia - Wiktionary category name.png|center|450px|link=|alt="Wikimedia Category" ଉପରେ କ୍ଲିକ କରିବେ]]
ତା' ତଳକୁ "Category name" ଜାଗାରେ ଆପଣ ଉଇକିଅଭିଧାନରେ ଆଗରୁ ତିଆରି ଏକ ଶ୍ରେଣୀର ନାମ ଟାଇପ କରିବେ । [[:ଶ୍ରେଣୀ:ଓଡ଼ିଆ ଦେଶଜ ଶବ୍ଦ|ଏହି ତାଲିକା]] ଭିତରେ ଅନେକ ଆଞ୍ଚଳିକ ଶବ୍ଦ ତାଲିକା ଆଗରୁ ରହିଛି । ଧରନ୍ତୁ ଆପଣ କଳାହାଣ୍ଡିରୁ ଆଉ ସେଠାର ଆଞ୍ଚଳିକ ଶବ୍ଦ ରେକର୍ଡ଼ କରିବାକୁ ଇଚ୍ଛୁକ । [[:ଶ୍ରେଣୀ:କଳାହାଣ୍ଡିଆ ଶବ୍ଦ|ଶ୍ରେଣୀ:କଳାହାଣ୍ଡିଆ ଶବ୍ଦ]] ଭିତରେ ଆଗରୁ ଶବ୍ଦସବୁ ରହିଛି । ତେଣୁ ଏ "Category name" ଘରେ "କଳାହାଣ୍ଡିଆ ଶବ୍ଦ" ଟାଇପ କଲେ ଏକ ନୀଳ ଲିଙ୍କ ଦିଶିବ । ସେଥିରେ କ୍ଲିକ କରି ବାଛିବେ । ତା' ତଳକୁ ଆପଣ କେତେ ଶବ୍ଦ ରେକର୍ଡ଼ କରିବାକୁ ଚାହୁଁଛନ୍ତି ବାଛିବେ । ତାଲିକାରେ ଅଳ୍ପ ଥିଲେ ନ ଲେଖିଲେ ମଧ୍ୟ ଚଳିବ । ଯଦି ଆପଣ ଆଗରୁ ସମାନ ଶ୍ରେଣୀ ଭିତରୁ କିଛି ଶବ୍ଦ ରେକର୍ଡ଼ କରିଥାନ୍ତି ତାହେଲେ "Exclude words you have already recorded" ଡାହାଣକୁ ଥିବା ଘରେ କ୍ଲିକ କରିବେ । ଏସବୁ ସରିଲେ ଉପରେ "Done"ରେ କ୍ଲିକ କରିବେ ।
[[File:8 Lingua Libre tut Odia - recording complete.png||center|450px|link=|alt=ଏବେ ରେକର୍ଡ଼ିଂ କରିପାରିବେ]]
ଏବେ ଶବ୍ଦସବୁ ଦିଶିବ । କୌଣସି ଶବ୍ଦ ରେକର୍ଡ଼ କରିବାକୁ ନ ଚାହୁଁଥିଲେ ତାହାକୁ ଏବେ କାଢ଼ିପାରିବେ । ସବୁ ରେକର୍ଡ଼ କରିବାକୁଁ ଚାହୁଁଥିଲେ ତଳେ ଡାହାଣ ପଟେ "Next" ଉପରେ କ୍ଲିକ କରିବେ । ଏବେ ନୂଆ ପୃଷ୍ଠାଟେ ଖୋଲିବ । ସେଠି [[File:10 Lingua Libre tut Odia - record button.png|30px|alt=ମାଇକ୍ରୋଫୋନ ଆଇକନ]] ଆଇକନ ଉପରେ କ୍ଲିକ କରି ଗୋଟେ ପରେ ଗୋଟେ ଶବ୍ଦ ରେକର୍ଡ଼ କରିବେ । ଶବ୍ଦଟିଏ ଉଚ୍ଚାରଣ କରିସାରିଲେ ଆପେଆପେ ଆଗାମୀ ଶବ୍ଦ ଦେଖାଇବ ।
[[File:11 Lingua Libre tut Odia - recorded words preview.png|center|450px]]
[[File:8 Lingua Libre tut Odia - post-recording preview.png|left|250px|link=|alt=ରେକର୍ଡ଼ିଂ ସରିଲା ପରେ ଶୁଣିପାରିବେ]]
ଏବେ ବାମ ପଟେ ତାଲିକାରେ ଶବ୍ଦଗୁଡ଼ିକ ଦେଖିପାରିବେ । ▶︎ ଉପରେ କ୍ଲିକ କରି ଶୁଣିପାରିବେ । ରେକର୍ଡ଼ିଂ ମନକୁ ନ ପାଇଲେ [[File:12 Lingua Libre tut Odia - re-record icon.png|30px|alt=ଆଉଥରେ ରେକର୍ଡ଼ କରନ୍ତୁ]] ଉପରେ କ୍ଲିକ କରି ଆଉଥରେ ରେକର୍ଡ଼ କରିପାରିବେ । ନଚେତ "Next" ଉପରେ କ୍ଲିକ କରିବେ ।
[[File:13 Lingua Libre tut Odia - Publish to Wikimedia Commons.png|center|450px]]
ଆଗାମୀ ପୃଷ୍ଠା ଖୋଲିବ । ଡାହାଣ ପଟେ ତାଲିକାର ପ୍ରଥମ ଶବ୍ଦର ରେକର୍ଡ଼ିଂ ବାଜିବ । ❯ ଉପରେ କ୍ଲିକ କରି ସବୁ ଶବ୍ଦର ରେକର୍ଡ଼ିଂ ଅପଲୋଡ଼ ଆଗରୁ ଶେଷଥର ପାଇଁ ଶୁଣିପାରିବେ । ଏବେ ବି କୌଣସି ଶବ୍ଦ ମନକୁ ନ ପାଇଲେ ବାମପଟ ତାଲିକରୁ ସେ ଶବ୍ଦ ଡାହାଣକୁ ଥିବା ☑️ ଘରେ କ୍ଲିକ କରି ତାହାକୁ କାଢ଼ିପାରିବେ ।
ଏବେ ତଳେ ଥିବା "Publish on Wikimedia Commons" ଉପରେ କ୍ଲିକ କଲେ ଶବ୍ଦସବୁ ଅପଲୋଡ଼ ହେବ । ଅପଲୋଡ଼ ସରିଲେ "Check your uploads on Wikimedia Commons" ଲିଙ୍କ ଦିଶିବ । କିଛି ଶବ୍ଦ କୌଣସି କାରଣରୁ ଅପଲୋଡ଼ ହୋଇନଥିଲେ "retry failed upload" ଉପରେ କ୍ଲିକ କରି କେବଳ ବିଫଳ ହୋଇଥିବା ଶବ୍ଦସବୁ ଅପଲୋଡ଼ କରିପାରିବେ ।
ଶବ୍ଦସବୁ ଅପଲୋଡ଼ ସରିଲା ପର କାମ ହେଲା ସେସବୁକୁ ଉଇକିଅଭିଧାନରେ ଉପଯୁକ୍ତ ପୃଷ୍ଠା ଭିତରେ ରଖିବା । ଏ କାମ ପାଇଁ ଅଧିକ ସମୟ ଦରକାର । ତେଣୁ ସାଧାରଣତଃ ବଟ (କୋଡିଂ ବ୍ୟବହାର କରି ଏକାଥରେ କରାଯାଉଥିବା କାମ) ଦ୍ୱାରା ପ୍ରତି ଶବ୍ଦର ଉଚ୍ଚାରଣକୁ ସେହି ଶବ୍ଦ ଥିବା ପୃଷ୍ଠା ଭିତରେ ରଖାଯିବ । ତେବେ ତଳକୁ ସେ ବାବଦରେ ଅଧିକ ସୂଚନା ରହିଛି ।
omv9de0ole76z7j1fk623ysg58daw41